ପାନ୍ଥଶାଳା ଆଜି ପଚାରୁଛି ମତେ

ମୋ ପ୍ରେମ ମୂଲକୁ ପାରିଲୁନି ବୁଝି
କେତେ ଭଲପାଏ ତୋତେ
ଠିକଣା କୁ ମୋର ଦେଇଛୁ ହଜାଇ
ଆଉ ପାଇବୁନି ମତେ ॥

ହୃଦୟରେ ଦିନେ ତୋଳିଥିଲୁ ଘର
କାହିଁ ଆଜି ଭାଙ୍ଗି ଦେଲୁ
ତୋ ପ୍ରୀତିର ରଙ୍ଗ ପାରୁନି ମୁଁ ଭୁଲି
ବାଟଭାଙ୍ଗି ଚାଲିଗଲୁ ॥

ପାନ୍ଥଶାଳା ଆଜି ପଚାରୁଛି ମତେ
ଅଜଣା ରାତିର କଥା
ତା’କାନ୍ଥରେ ଲେଖା ଆମରି କାହାଣୀ
ଅଭୂଲା ପ୍ରେମର ଗାଥା ॥

Post a Comment

Post a Comment (0)

Previous Post Next Post