
ପ୍ରାଚୀନ ଇଜିପ୍ଟ ସଭ୍ୟତା ବିଷୟରେ ଆସନ୍ତୁ କିଛି ଆଲୋଚନା କରିବା । ଯେଉଁ ସଭ୍ୟତା ଅତୀତରେ ଖୁବ ମହାନ ମାନବ ସଭ୍ୟତା ଭାବେ ଜଣା ଶୁଣା । ପ୍ରାଚୀନ ଇଜିପ୍ଟ ଆଧୁନିକ ଆଫ୍ରିକାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ । ଆଫ୍ରିକାର ନୀଳ ନଦୀ କୂଳରେ ଏହି ସଭ୍ୟତା ମୁଣ୍ଡ ଟେକିଥିଲା । ନୀଳ ନଦୀର ଉତ୍ତର ଭାଗ ଲୋୟର ଇଜିପ୍ଟ ଏବଂ ଦକ୍ଷିଣ ଭାଗ ଉପର ଇଜିପ୍ଟ ଭାବରେ ଜଣାଶୁଣା । ନୀଳ ନଦୀ ପୃଥିବୀର ସବୁଠାରୁ ଦୀର୍ଘତମ ନଦୀ ଭାବରେ ପରିଚିତ ।
ପ୍ରାଚୀନ ଇଜିପ୍ଟର ରାଜ୍ୟଗୁଡ଼ିକ ସେହି ସମୟରେ ଫାରୋଙ୍କ ନେତୃତ୍ୱରେ ଥିଲା । ବାସ୍ତବରେ, ପ୍ରାଚୀନ ଇଜିପ୍ଟର ସରକାରକୁ ପୃଥିବୀର ପ୍ରଥମ ଜାତୀୟ ସରକାର ଭାବରେ ବର୍ଣ୍ଣନା କରାଯାଇପାରେ । ଇଜିପ୍ଟ ସଂସ୍କୃତି ଠିକ ସୁମେରୀୟ ସଂସ୍କୃତି ପରି, ସେମାନଙ୍କର ଗୋଟିଏ ଭାଷା ଏବଂ ଲେଖା ପ୍ରଣାଳୀ ବିଷୟରେ ସେମାନେ ଅବଗତ ଥିଲେ । ଏହି ସମୟରେ କାଗଜର ଉତ୍ପତ୍ତି ହୋଇଥିଲା । କାଗଜ ତିଆରି ପାଇଁ ଏକ ପାପିରସ୍ ଉଦ୍ଭିଦକୁ ବ୍ୟବହୃତ କରାଯାଉଥିଲା ।
ଇଜିପ୍ଟର ପ୍ରାଚୀନ ସଂସ୍କୃତି ଯେତିକି ମହତ୍ଵପୂର୍ଣ୍ଣ ସେତିକି ରହସ୍ୟମୟ ବୋଲି ମନେହୁଏ । ଏଠାରେ ନିର୍ମାଣ ହୋଇଥିବା ପିରାମିଡ ଗୁଡିକ ବୃହତ୍ ସ୍ମାରକ ଭାବେ ଆଜି ବି ଦଣ୍ଡାୟମାନ । କାଇରୋ ର ଅତି ନିକଟବର୍ତ୍ତୀ ଗିଜା ଠାରେ ଅବସ୍ଥିତ ପିରାମିଡ୍, ଯାହାର ନିର୍ମାଣ ଶୈଳୀକୁ ଅନୁଧ୍ୟାନ କଲେ ଖୁବ ଆଶ୍ଚର୍ଯ୍ୟ ଓ ରହସ୍ୟମୟ ମନେହୁଏ ।
ଏହି ସଭ୍ୟତାରେ କୃଷିର ଉଦ୍ଭାବନ ଘଟିଥିଲା । ନୀଳ ନଦୀର ଉର୍ବର ଉପତ୍ୟକାରେ ଫସଲ ଉତ୍ପାଦନ କରିବାର ପ୍ରଣାଳୀ ଇଜିପ୍ଟ ସଭ୍ୟତା ସମୟରୁ ଆରମ୍ଭ ହୋଇଛି । କୃଷି ନିମନ୍ତେ ଜଳସେଚନ ପ୍ରଣାଳୀ, ବନ୍ୟା ନିୟନ୍ତ୍ରଣ କରିବାର କୌଶଳ ଏହି ସଭ୍ୟତାର ଦାନ କହିଲେ ଭୁଲ ହେବନି । ସାମାଜିକ ସଂହତି, ସାମୁହିକ ବିକାଶ ଓ ନିର୍ମାଣ, କୃଷି ପ୍ରକଳ୍ପ, ଶାସନ ବ୍ୟବସ୍ଥାରେ ପ୍ରଶାସକ ଓ ଅମଲାତନ୍ତ୍ର ଓ ଧାର୍ମିକ ସଂଗଠନ ଆଦି ଏହି ସଭ୍ୟତାରୁ ସୃଷ୍ଟି ହୋଇଥିଲା । ପ୍ରାଚୀନ ଇଜିପ୍ଟ ଅଧିବାସୀଙ୍କ ଅନେକ ସଫଳତା ମଧ୍ୟରେ ଖଣି, ସର୍ବେକ୍ଷଣ ଏବଂ ନିର୍ମାଣ, ଗଣିତ ପ୍ରଣାଳୀ, ରୋଗ ନିବାରଣ ପାଇଁ ଔଷଧୀୟ ବ୍ୟବହାର, ପ୍ରଯୁକ୍ତି ବିଦ୍ୟା ଓ ବୈଜ୍ଞାନିକ ଅନୁସନ୍ଧାନ ଇତ୍ୟାଦି ସମଗ୍ର ବିଶ୍ଵକୁ ଆଜିର ଅତ୍ୟାଧୁନିକ ପରିଚୟ ନିମନ୍ତେ ଏକ ମହତ ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
Post a Comment