
ଆଜି କାଲିର ଇଣ୍ଟରନେଟ ଯୁଗରେ ଘରେ ବସି ଅନେକ ଲୋକ ଲାଭ ପାଇଁ ବ୍ଲଗିଂ କରିବାର ସ୍ୱପ୍ନ ଦେଖନ୍ତି । ଏବଂ ଏହି ସ୍ଵପ୍ନକୁ ହାସଲ କରିବା ବହୁ ଦୂର ନୁହେଁ । ଏଥିପାଇଁ ନିଶ୍ଚିତ ଭାବେ ଜ୍ଞାନ ସହିତ ବ୍ଲଗିଂ ଟେକ୍ନୋଲୋଜିର ଧାରଣା ଓ କଠିନ ପରିଶ୍ରମ କରିବାର ଇଚ୍ଛା ଥିବା ଜରୁରୀ । ବହୁତ କମ୍ ଲୋକ ଏହି କ୍ଷେତ୍ରରେ ଅଧିକ ଲାଭ ପାଇବାରେ ସଫଳ ହୁଅନ୍ତି । ଅନେକ ମଧ୍ୟ ଆଶାତୀତ ପରିଶ୍ରମ କରି ଅସଫଳ ହେବା ପରେ ମନ ଉଣା କରି ଏହି କାର୍ଯ୍ୟ ଛାଡି ଦେଇଥାନ୍ତି । ମୁଖ୍ୟତଃ ଦୁଇଟି କାରଣ ପାଇଁ ସେମାନଙ୍କର ବ୍ଲଗ୍ ସଫଳ ହୁଏ ନାହିଁ । କିଭଳି ପାଠକ ସଂଖ୍ୟା ବୃଦ୍ଧି ପାଇବ ଏବଂ କେତେ ଟଙ୍କା ମିଳିବ, ଏହି ଚିନ୍ତାରେ ଥାଆନ୍ତି ଏବଂ ବ୍ଲଗିଂ କରିବାପାଇଁ ସେମାନଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ ହୋଇନଥାଏ । ଯେତେବେଳେ ଏହି ଆଶା ପୂରଣ ହୁଏ ନାହିଁ, ସେତେବେଳେ ସ୍ଵାଭାବିକ ଭାବେ ନିରାଶ ହୋଇ ପଡନ୍ତି ।
ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରି ବ୍ଲଗିଂ ଆରମ୍ଭ କଲେ ଆପଣ ଜଣେ ଭଲ ବ୍ଲଗର୍ ଭାବରେ ଲାଭ ଓ ସଫଳତା ପାଇପାରିବେ । ବ୍ଲଗିଂରେ ସଫଳତା ହାସଲ ପାଇଁ ନିର୍ଦ୍ଧିଷ୍ଟ ଯୋଜନା ମୁତାବକ ଉଚ୍ଚ ମାନର କଣ୍ଟେଣ୍ଟ ପ୍ରସ୍ତୁତ କରିବା ଜରୁରୀ । ଯାହାଫଳରେ ଆପଣ ଅଧିକ ପାଠକଙ୍କ ନିକଟରେ ପହଞ୍ଚି ପାରିବେ ଏବଂ ବିପୁଳ ୱେବ ଟ୍ରାଫିକ୍ ହାସଲ କରିପାରିବେ । ବିଜ୍ଞାପନଦାତାମାନେ ଆପଣଙ୍କୁ ସେମାନଙ୍କ ଉତ୍ପାଦର ବିଜ୍ଞାପନ ଦେବାକୁ ଆଗ୍ରହୀ ହେବେ । ପାଠକ ମାନଙ୍କୁ ନିୟମିତ ବାନ୍ଧି ରଖିବାକୁ ଉଚ୍ଚମାନର ଚମତ୍କାର ଲେଖା ସହିତ ଉତ୍ତମ ନାଭିଗେସନ ସିଷ୍ଟମକୁ ଆପଣଙ୍କ ବ୍ଲଗରେ ଉପଲବ୍ଧ କରାଇବା ଆବଶ୍ୟକ । ପ୍ରୋଜେକ୍ଟ ମାର୍କେଟିଙ୍ଗ ପାଇଁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ମଧ୍ୟ ଗୁରୁତ୍ଵ ଦେବା ବିଧେୟ । ଆପଣଙ୍କ ବ୍ଲଗରେ ଦୈନିକ ଅପଡେଟ କରିବା ମଧ୍ୟ ଜରୁରୀ ।
ଆପଣଙ୍କ ବ୍ଲଗ ସର୍ଚ୍ଚ ଇଞ୍ଜିନ ଦ୍ଵାରା ପ୍ରଦର୍ଶିତ ହେବା ପାଇଁ ସଠିକ ଭାବେ ଟେକ୍ନିକାଲ ସେଟଅପ ଗୁଡିକ ହେବା ଆବଶ୍ୟକ । ଲୋକପ୍ରିୟ କି-ଶବ୍ଦ ଗୁଡିକୁ ବ୍ୟବହାର କରିବା ଉଚିତ । ଅନ୍ୟ ବ୍ଲଗର ମାନଙ୍କ ସହିତ ଲିଙ୍କ ଏକ୍ସଚେଞ୍ଜ କରି ସମ୍ପର୍କ ସ୍ଥାପନ କରିବା ଉଚିତ । ଯାହାଦ୍ୱାରା ଆପଣଙ୍କ ବ୍ଲଗ ଉଚ୍ଚତର ୱେବ ଟ୍ରାଫିକ ହାସଲ କରିବାକୁ ସକ୍ଷମ ହୁଏ ଏବଂ ନୂତନ ପାଠକମାନେ ଆପଣଙ୍କ ବ୍ଲଗ ପ୍ରତି ଆକୃଷ୍ଟ ହୋଇପାରିବେ । ସଂଖ୍ୟାଧିକ ପାଠକ ଗଠନ କରିବା ଦ୍ଵାରା ଆପଣଙ୍କ ବ୍ଲଗ ସଫଳ ହୋଇଥାଏ ଏବଂ ଆଶାତୀତ ରୋଜଗାର ମଧ୍ୟ ଦେଇଥାଏ । ଜଣେ ସଫଳ ବ୍ଲଗର ଭାବେ ରୋଜଗାର କରିବାର ଲକ୍ଷ୍ୟ ରଖିଥିଲେ, ଆପଣଙ୍କୁ ପ୍ରାରମ୍ଭିକ କିଛି ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ ସହ ଧୈର୍ଯ୍ୟ ରଖିବା ଉଚିତ । ଏବଂ ବ୍ଲଗ ଟେକ୍ନୋଲୋଜି ଉପରେ ସବିଶେଷ ଜ୍ଞାନ ଆହରଣ କରିବା ଜରୁରୀ । ଯାହାଫଳରେ ଏହା ଆପଣଙ୍କୁ ଦୀର୍ଘକାଳୀନ ରୋଜଗାର ପ୍ରଦାନ କରିବାରେ ସହାୟକ ହେବ ।
Post a Comment