
ମରାଳ-ମାଳିନୀ-ନୀଳାମ୍ବୁ ଚିଲିକା, ଏସିଆ ମହାଦେଶର ସର୍ବ ବୃହତ୍ତମ କ୍ଷାରୀୟ ହ୍ରଦ । ଓଡିଶାର ତିନିଗୋଟି ଜିଲ୍ଲା ପୁରୀ, ଗଂଜାମ ଓ ଖୋରଧାର ବିସ୍ତୀର୍ଣ୍ଣ ଅଂଚଳ ମଧ୍ୟରେ ଅବସ୍ଥିତ ଏହି ପ୍ରାକୃତିକ ହ୍ରଦଟି । ଶୀତଦିନେ ଏହାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ । ବିଦେଶାଗତ ପକ୍ଷୀ ମାନଂକ ଆଗମନରେ ଏହା ପାଲଟିଯାଏ ପକ୍ଷୀ ମାନଂକର ସ୍ବର୍ଗ । ଚିଲିକା ମଧ୍ୟସ୍ଥ ଏକ ପାହାଡରେ କାଲିଜାଈ ଠାକୁରାଣୀ ହିନ୍ଦୁ ମାନଂକର ଆରାଧ୍ୟା ଦେବୀ ଭାବେ ବିରାଜିତା । ଓଡିଶାର ପ୍ରାକୃତିକ ବିଭବର ଗନ୍ତାଘର ଏହି ନୀଳାମ୍ବୁ ଚିଲିକା । କବି ଆଉ ଭାବୁକର ମନରେ ଏହାର ସ୍ପର୍ଶ ଖୁବ୍ ଜୀବନ୍ତ ଓ ଆବେଗପୁର୍ଣ୍ଣ ।
Post a Comment