ଗୀତି କବିତା - ପ୍ରିୟା ଓ ଅଳସୀ ଜହ୍ନ


ଶ୍ରାବଣରେ ଭାରି ଭିଜିବାକୁ ଇଚ୍ଛା
ପ୍ରିୟା ଥିଲେ ମୋର ପାଶେ,
ଫଗୁଣର ବାସ୍ନା ମହକାଇ ଦିଏ
ପ୍ରିୟା ଯେବେ ମୋର ହସେ ॥୦॥

ମୋ ଗାଆଁର ନଈ ଅଳସ ଭାଙ୍ଗଇ
ପ୍ରିୟା ପାଉଞ୍ଜିର ସୁରେ,
ପାଦ ହଳଦୀ ସେ ମାଜୁଥିଲେ ବସି
ଚହଟେ ବାସ ମୋ ଘରେ । 
ଦୀପ ଜାଳିବାକୁ ମୋ ଗାଆଁ ମନ୍ଦିରେ
ପ୍ରିୟା ଯେବେ ମୋର ଆସେ, 
ଫଗୁଣର ବାସ୍ନା ମହକାଇ ଦିଏ
ପ୍ରିୟା ଯେବେ ମୋର ହସେ ॥୧॥ 

ନିର୍ଜନ ରାତିରେ ଅଳସୀ ଜହ୍ନଟା
ଯେବେ ଦେଖାଦିଏ ମତେ,
ପ୍ରିୟା ମୁହଁ ଦିଶେ ସେଇ ଜହ୍ନ ଦେହେ
ମୋ ଗାଁ ଆକାଶେ ସତେ ।
ତା ଠାରୁ ସୁନ୍ଦର ମୋ ପ୍ରିୟାର ମୁହଁ
ଆଖି ପରଦାରେ ଭାସେ
ଫଗୁଣର ବାସ୍ନା ମହକାଇ ଦିଏ
ପ୍ରିୟା ଯେବେ ମୋର ହସେ ॥୨॥ 

Post a Comment

Post a Comment (0)

Previous Post Next Post