କବିତା - ସପନେ ମୋ ପ୍ରିୟା



ହଳଦୀ ପାଦେ ତୋ ନାଇଛୁ ଅଳତା
ଆକ୍ଷିରେ କଜଳ ଗାର
ଗୋଲାପି ଓଠେ ତୋ ପ୍ରୀତିଭରା ହସ
କଥା ତୋ ଅତି ମଧୁର

ଝଲସି ଉଠୁଛି ତୋ କୃଷ୍ଣାକବରୀ
ମଲ୍ଲୀ ଗଜରାରେ ଆଜି
ମହ ମହ ବାସେ ତୋ ଘର ଅଗଣା
ପ୍ରେମେ ମୁଁ ଯାଇଛି ମଜ୍ଜି

ମଧୁଯାମିନୀରେ ନୀରବ ବେଳାରେ
ସପନ ଶେଯରେ ମୋର
ଗୋଲାପି ଓଠେ ତୋ ପ୍ରୀତିଭରା ହସ
କଥା ତୋ ଅତି ମଧୁର

Post a Comment

Post a Comment (0)

Previous Post Next Post