ଗୀତି କବିତା - ପ୍ରିୟାର ପ୍ରେମ


ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ
ପ୍ରଥମ ଦେଖାରେ ହୃଦୟକୁ ମୋର
ପ୍ରେମରେ ଭିଜେଇ ଦେଲ ।।୦।।

କାକର ଭିଜା ସେ ପାହାନ୍ତି ସପନ
ଭାରି ମିଠା ଲାଗେ ମତେ,
ତୁମେ ପାଶେ ଥିଲେ ନଥାଏ ମୋ ଦୁଃଖ
ସବୁ ସୁଖ ଥାଏ ହାତେ ।
କେମିତି ଭୁଲିବି ତୁମକୁ ଗୋ ପ୍ରିୟା
ଯେତେଦିନ ଅଛି ମୁହିଁ,
ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ ।।୧।।

କଥା ଦେଇଥିଲ ଗୋପନରେ ମତେ
ସାଜି ମୋ ରାତିର ରାଣୀ,
ପ୍ରୀତିର ରାଗିଣୀ ତୋଳୁଥିଲା ଜହ୍ନ
ଆମ କାହାଣୀକୁ ଶୁଣି ।
ଜନମ ଜନମ ଏ ଆମ ବନ୍ଧନ
ସାଗରେ ଯେମିତି ନଈ,
ତୁମେ ଆସିଥିଲ ମୋ ଜୀବନେ ଦିନେ
ସୁଖର ପରଶ ନେଇ ।।୨।।

Post a Comment

Post a Comment (0)

Previous Post Next Post