ପ୍ରାଚୀନ ଓଡ଼ିଶା ମନ୍ଦିର ସ୍ଥାପତ୍ୟ କଳାର ଅସାଧାରଣ କଳାତ୍ମକ ନିଦର୍ଶନ

ଓଡିଶା ଇତିହାସରେ ବାଣପୁରର ସ୍ଥାନ ସ୍ଵତନ୍ତ୍ର । ଏଠାରେ ଅବସ୍ଥିତ "ଦକ୍ଷ ପ୍ରଜାପତି ବା ଦକ୍ଷେଶ୍ଵର" ଙ୍କ ମନ୍ଦିର ହେଉଛି ଉତ୍କର୍ଷ ଓଡ଼ିଆ କଳାର ଏକ ଅସାଧାରଣ କଳାତ୍ମକ ନମୁନା । ଏହା ଓଡିଶାର ସର୍ବଶ୍ରେଷ୍ଠ ସଂରକ୍ଷିତ ମନ୍ଦିର ମଧ୍ୟରୁ ଗୋଟିଏ । ଯାହାକି ଓଡିଶାନ ମନ୍ଦିର ସ୍ଥାପତ୍ୟ କଳାର ଚରମ ନିଦର୍ଶନ ଅଟେ । ତ୍ରୟୋଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ମନ୍ଦିରର କଳା ସ୍ଥାପତ୍ୟକୁ ଦେଖିଲେ ଏହା ଏକ ଜୀବନ୍ତ ମନ୍ଦିର ବୋଲି ଅନୁଭବ ହୁଏ । ଖଣ୍ଡୋଲାଇଟ ପଥରରେ ସମ୍ପୂର୍ଣ୍ଣ ମନ୍ଦିରଟି ନିର୍ମାଣ ହୋଇଅଛି ।

Post a Comment

Post a Comment (0)

Previous Post Next Post