ନାସା - ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍

ନାସା - ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (NASA - National Aeronautics & Space Administration) ହେଉଛି ଆମେରିକା ସରକାରଙ୍କ ଅଧିନସ୍ଥ ଏକ ସଂଗଠନ ଅଟେ । ଏଠାରେ ବାୟୁ ଏବଂ ମହାକାଶ ସମ୍ବନ୍ଧୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗବେଷଣା କରାଯାଇଥାଏ । 1957 ମସିହାରେ ସୋଭିଏତ୍ ଉପଗ୍ରହ ସ୍ପୁଟ୍ନିକ୍ ଉତକ୍ଷେପଣ ସମୟରୁ ସ୍ପେସ୍ ଯୁଗ ବା ମହାକାଶ ଯୁଗର ଆରମ୍ଭ ହୋଇଥିଲା । ଅକ୍ଟୋବର 1, 1958 ମସିହାରେ ମହାକାଶ ଗବେଷଣା ନିମନ୍ତେ ଆମେରିକା ସରକାରଙ୍କ ଦ୍ଵାରା ନାସା ପ୍ରତିଷ୍ଠା ହୋଇଥିଲା ।

ଆମେରିକାର କେନେଡି ସହରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି ଏବଂ ଦେଶରେ ଉପଲବ୍ଧ 20 ଟି ଗବେଷଣା କେନ୍ଦ୍ର ଏବଂ ମହାକାଶରେ ଥିବା ଏକମାତ୍ର ଜାତୀୟ ଗବେଷଣାଗାରରୁ ନାସା ପୃଥିବୀ ଓ ମହାକାଶ ଉପରେ ଅଧ୍ୟୟନ କରିଥାଏ, ପୃଥିବୀର ଜଳବାୟୁ, ସୂର୍ଯ୍ୟ, ଏବଂ ଆମ ସୌର ପ୍ରଣାଳୀ, ବୈଦ୍ୟୁତିକ ପ୍ରକ୍ରିୟା ତଥା ସୁପରସୋନିକ୍ ଫ୍ଲାଇଟ୍ ସହିତ ଏରୋନେଟିକ୍ସକୁ ଆଗକୁ ନେବା ପାଇଁ ଅନୁସନ୍ଧାନ ଓ ପରୀକ୍ଷା ନିରୀକ୍ଷା କରିଥାଏ । ନାସା ଦ୍ଵାରା ସ୍ପେସ୍ ଟେକ୍ନୋଲୋଜିର ବିକାଶ ଓ ପୃଥିବୀର ଭବିଷ୍ୟତ ଉପରେ ଅନୁସନ୍ଧାନ କରାଯାଇଥାଏ । ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ହେଉଛି ଆମେରିକାର ସିଭିଲ୍ ସ୍ପେସ୍ ପ୍ରୋଗ୍ରାମ୍ ଏବଂ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ସମଗ୍ର ବିଶ୍ଵରେ ଅଗ୍ରଣୀ ।

Post a Comment

Post a Comment (0)

Previous Post Next Post