
ଅବଶ ଲାଗଇ ଦେହ
ମୃତ୍ୟୁର ସତ୍ୟକୁ ଜାଣି ବି ମଣିଷ
ତଥାପି ତୁଟୁନି ମୋହ ।।୦।।
ଧରମ ଅଧର୍ମ ବୁଝୁନି ମଣିଷ
କରିଚାଲେ ପାପ ନିତି
ଜଣେ ବିଚାରକ ଦେଖୁଅଛି ସବୁ
ବୁଝିବି ଅବୁଝା ମତି
ଆଉ ବାକିନାହିଁ ବୁଡିବାକୁ ବେଳ
ଧରମ ମାର୍ଗରେ ରୁହ
ଜୀବନ ଆୟୁଷ ଯାଏ ସରି ସରି
ଅବଶ ଲାଗଇ ଦେହ ।।୧।।
ଥରେ ତୁ ବୁଝିଯା ବୁଝାଇଦେ ମନ
ସୀମିତ ଜୀବନ ଏହି
କିଛି ଘଣ୍ଟା ପରେ ସତ୍ୟକୁ ଆଦରି
ଯିବୁ ତୁ ମଶାଣି ଭୂଇଁ
ପ୍ରିୟ ପରିଜନ ଆତ୍ମୀୟ ସ୍ୱଜନ
ଢାଳିଦେବେ ଟିକେ ଲୁହ
ଜୀବନ ଆୟୁଷ ଯାଏ ସରି ସରି
ଅବଶ ଲାଗଇ ଦେହ ।।୨।।
Post a Comment