
ନାହିଁ ସେ ବାସନା ସପନ ପୀରତି
ଭଲ ଲାଗୁନାହିଁ ମନବହୁନି ମଳୟ ପଡୁନି ବି କାନେ
କୋଇଲିର କୁହୁତାନ ।।୦।।
ମନ ଆକାଶରେ ଉଠେ ଫିକା ଜହ୍ନ
ବୁଜି ତା ଅଳସୀ ଆଖି
ଲାବଣ୍ୟବତୀର ଅପାଶୋରା ରୂପ
ସାଜିଛି ଘାତକ ପକ୍ଷୀ
ରଜନୀଗନ୍ଧାର ବାସ ଚହଟୁନି
ମିଠା ଲାଗୁନାହିଁ ସ୍ୱପ୍ନ
ନାହିଁ ସେ ବାସନା ସପନ ପୀରତି
ଭଲ ଲାଗୁନାହିଁ ମନ ।।୧।।
ଫଗୁଣଟା ଆଉ ଫୁଲେଇ ହେଉନି
ଲୁହରେ ଭିଜେ ଶ୍ରାବଣ
ତୁଠ ପଥରଟା ଲାଗେ ଖାଆଁ ଖାଆଁ
ଶୁଭୁନି ପାଉଁଜି ସ୍ଵନ
ହଜିଅଛି ପ୍ରୀତି ଭାଙ୍ଗିଛି ହୃଦୟ
ସଢ଼ୁଛି ଖାଲି ଜୀବନ
ନାହିଁ ସେ ବାସନା ସପନ ପୀରତି
ଭଲ ଲାଗୁନାହିଁ ମନ ।।୨।।
Post a Comment