
ମୋ ପ୍ରେମ ମୂଲକୁ ପାରିଲୁନି ବୁଝି
କେତେ ଭଲପାଏ ତତେ,
ଠିକଣା କୁ ମୋର ଦେଇଛୁ ହଜାଇ
ଆଉ ପାଇବୁନି ମତେ ॥
ହୃଦୟରେ ଦିନେ ତୋଳିଥିଲୁ ଘର
କାହିଁ ଆଜି ଭାଙ୍ଗି ଦେଲୁ,
ତୋ ପ୍ରେମର କଥା ପାରୁନି ମୁଁ ଭୁଲି
ବାଟଭାଙ୍ଗି ଚାଲିଗଲୁ ॥
ଅଜଣା ରାତିର ଅଲେଖା କାହାଣୀ
ଆଉ କି ଫେରିବ ସତେ,
ଠିକଣା କୁ ମୋର ଦେଇଛୁ ହଜାଇ
ଆଉ ପାଇବୁନି ମତେ ॥୧॥
ପାନ୍ଥଶାଳା ଆଜି ପଚାରୁଛି ମତେ
ସେଇ କାହାଣୀର କଥା,
ଶ୍ରାବଣ ଲୁହରେ ଧୋଇ ଯାଏ ଆମ
ଅମର ପ୍ରେମର ଗାଥା ॥
ମଶାଣି ଜୁଇର ଶେଷ ଆଲୁଅରେ
ଦେଖିବାକୁ ଇଚ୍ଛା ତତେ
ଠିକଣା କୁ ମୋର ଦେଇଛୁ ହଜାଇ
ଆଉ ପାଇବୁନି ମତେ ॥୨॥
Post a Comment