
ରାଜ ଦରବାରେ ନୁହେଁ ଆଜି ବନ୍ଦୀ
ଓଡ଼ିଆ ସାହିତ୍ୟ ଆମ
ରାଜ ତୋଷାମୋଦି ପ୍ରଣୟ ଆବେଗ
ନୁହଁଇ କବିର କାମ
କବି ଧର୍ମ ଅଟେ ସମାଜର ହିତ
ଅଟେ ଜନ ହିତକାରୀ
ତରବାରୀ ଅଟେ ଲେଖନୀଟି ତାର
ପାପର ବିନାଶକାରୀ
ସମୟୋପଯୋଗୀ ବାରତା ଦିଅ ହେ
ତୁମ ଅନୁଭୂତି ମଧ୍ୟେ
ମାନବିକତାର ମହାମନ୍ତ୍ର ରଚି
ଗାଇଚାଲ ତୁମ ହୃଦେ
ଶ୍ରେଷ୍ଟ ସମାଜସେବକ ତୁମେ ହେ
ଦିଅନାହିଁ ପଚ୍ଛଘୁଞ୍ଚା
ଜନମ ତୁମର ଏ ସମାଜ ପାଇଁ
ମନ କର ତୁମ ଉଚ୍ଚା
ଲେଖନୀ ଠୁ ବଳି ବଡ଼ ଅସ୍ତ୍ର ଆଉ
କିଛି ନାହିଁ ଏ ଜଗତେ
ଶବ୍ଦ ପରମାଣୁ କର ହେ ନିକ୍ଷେପ
ନିଜ ନିଜ ଶକ୍ତି ମତେ
ସଦା ଦେଖନାହିଁ ପ୍ରଣୟର ସ୍ୱପ୍ନ
ଜଗତ ଯିବ ଉଜୁଡି
ଶ୍ରେଷ୍ଠ ରକ୍ଷକ ତୁମେ ଏ ସୃଷ୍ଟିର
ଦିଅ ନାହିଁ ତାକୁ ପୋଡି
Post a Comment