ଗୀତି କବିତା - ଜହ୍ନ ଓ ପ୍ରିୟାର ସ୍ମୃତି

ମୋ ଗାଆଁ ନଈର ତୁଠ ପଥରରେ
ଦେଖି ତୋର ପାଦଚିହ୍ନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୦।।

ସ୍ମୃତିର ଚାଦର ତଳେ ଲୁଚି ଲୁଚି
ଲୁହ ଢାଳେ ଏକା ଏକା
ମୋ ଅଗଣା ଆଜି ଲାଗେ ଖାଁ ଖାଁ
ଫଗୁଣଟା ଲାଗେ ଫିକା
ଶ୍ରାବଣଟା ଆଜି ଅସହ୍ୟ ଲାଗୁଛି
ସରୁ ନାହିଁ ମୋର ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୁପାଜହ୍ନ ।।୧।।

କୋଇଲିର ସୁର ଲାଗୁନି ମଧୁର
ତୋ ସ୍ୱର ହଜିବା ଦିନୁଁ
ଦେଖୁଛି ତୋ ମୁହଁ ନିତି ଜହ୍ନ ଦେହେ
ଲିଭୁନାହିଁ ମୋର ମନୁ
ସବୁ ସ୍ମୃତି ତୋର ରଖିଛି ସାଇତି
କାଟିବାକୁ ବାକି ଦିନ
ମନେପଡୁ ପ୍ରିୟା ସଞ୍ଜ ଆକାଶରେ
ଦେଖି ସେଇ ରୂପାଜହ୍ନ ।।୨।।

Post a Comment

Post a Comment (0)

Previous Post Next Post