
ସ୍ମୃତି ସମାଧିରେ କବର ନେଲାଣି
ସେକାଳର ଆତ୍ମୀୟତା,
ହଜିତ ଗଲାଣି ଭାଗବତ ଟୁଙ୍ଗୀ
ଲିଭିଛି ରୂଖା ସଳିତା ॥୦॥
ସ୍ମୃତି ଉପବନେ ସାଉଁଟେ ମୁଁ ଆଜି
ଓଷା ପୁନେଇଁର ବାସ୍ନା,
ଗାଆଁ ଦାଣ୍ଡର ସେ ଭିଜା ମାଟି ଗନ୍ଧ
ଖୋଜିଲେ ଆଜି ମିଳେନା ॥
ଭାରି ମନେପଡେ ସେହି ପିଲାବେଳ
ଅଭୂଲା ଅତୀତ କଥା,
ହଜିତ ଗଲାଣି ଭାଗବତ ଟୁଙ୍ଗୀ
ଲିଭିଛି ରୂଖା ସଳିତା ॥୧॥
ଶୀତ ସକାଳର ଶୀତୁଆ ସପନ
ପୂନେଇଁ ରାତିର ଜହ୍ନ,
ଭାବ ଦିଆନିଆ ଯାନିଯାତ ଦେଖା
ସାଜିଛି ଆଜି ସପନ
ନାହିଁ ଆଉ ଢିଙ୍କି ଘୋରଣା ବା ଚକି
ଚକୁଳି ଆରିସା ପିଠା,
ହଜିତ ଗଲାଣି ଭାଗବତ ଟୁଙ୍ଗୀ
ଲିଭିଛି ରୂଖା ସଳିତା ॥୨॥
Post a Comment