ପାନ୍ଥଶାଳାର ପଥିକଟିଏ ମୁଁ



କାହିଁ କେତେଦୂରେ ଚାଲିଗଲ ତୁମେ
ଖୋଜୁଛି ମୁଁ ନିତି ଆଜି
ମୋ ମନ ନୀଡରେ ବସା ବାନ୍ଧିଥିଲ
କେଉଁଆଡେ ଗଲ ହଜି

ଭେଟ ହୋଇଥିଲ ନିବୁଜ ସନ୍ଧ୍ୟାରେ
ସାଜି କେଉଁ ପଥିକଟେ
ଠିକଣା ମାଗିଲେ ପାନ୍ଥଶାଳାକୁ
ଦେଇ ତ ପାରେନା ମତେ

ମୋ ଆଖି ଚଟାଣେ ଅଶ୍ରୁର ଶ୍ରାବଣ
ସାଗର ତରଙ୍ଗ ସାଜି
ହୃଦୟ ଆକାଶେ ଭଷା ବାଦଲର
କୋଳରେ ଯାଇଛି ହଜି


Post a Comment

Post a Comment (0)

Previous Post Next Post