
ଚିଲିକା ତୀରେ ମୋ ଘର
ମଙ୍ଗଳାଯୋଡି ମୋ ଗାଆଁ ର ନାଁ ଟି
ଅଟଇ ବିହଙ୍ଗ ପୁର ॥୧॥
ନା ନା ଜାତି ପକ୍ଷୀ ଦେଶ ବିଦେଶରୁ
ଆସନ୍ତି ତୋ କୋଳେ ଧାଇଁ
ସତେ ଅବା ତୁହି କରିଛୁ କିମିଆ
ସ୍ନେହର ପରଶ ଦେଇ ॥୨॥
ଅତିଥି ମଣି ତୁ ଆପଣେଇ ଥାଉ
ପକ୍ଷୀ ମାନଙ୍କୁ ତୋ ହୃଦେ
ଚିଲିକାର ରାଣୀ ସାଜି ତୁ ଜନନୀ
ବିଶ୍ଵ ଆଜି ତତେ ବନ୍ଦେ ॥୩॥
ତୋହରି ସନ୍ତାନ ମଣୁଛି ମୁଁ ଧନ୍ୟ
ପରିଚୟ ତୁହି ମୋର
ତୋହରି କୋଳରେ ନେଇ ମୁଁ ଜନମ
ଫୁଲେ ଆଜି ଛାତି ମୋର ॥୪॥
ଶରତ ଆସିଲେ ଚହଟେ ତୋ ଶୋଭା
ସ୍ନେହ ପ୍ରେମ ସାତରଙ୍ଗେ
ହଂସ ହଂସରାଳୀ ଗାଆନ୍ତି ସଙ୍ଗୀତ
ଶିହରଣ ଅଙ୍ଗେ ଅଙ୍ଗେ ॥୫॥
ଚିଲିକାର ମଣି ଅଟୁ ତୁହି ସଦା
ରଙ୍ଗ ରୂପର ପସରା
ପ୍ରକୃତିର ତୁହି କମନୀୟ ଦାନ
ବିହଙ୍ଗ ଭୂସ୍ଵର୍ଗ ପରା ॥୬॥
Post a Comment