ଗୀତି କବିତା - ପ୍ରିୟାର ସୁଖ


ଶହେ ଜନମକୁ କରିଅଛି ପଣ
ପାଇବି ତୁମକୁ ବୋଲି,
ଏଇ ଜନମରେ କଥା ଦିଅ ମତେ
ଯିବନାହିଁ କେବେ ଭୁଲି  ॥୦॥

ତୁମରି ପାଇଁ ମୁଁ ଗାଉଅଛି ଗୀତ
ସପନେ ବିଭୋର ହୋଇ,
କେତେ ଭଲପାଏ ତୁମକୁ ମୁଁ ସତେ
ସପନେ ନିତି ଦେଖଇ ।
ତୁମେ ମୋ ଜନମ ମରଣର ସାଥୀ
ହୃଦୟେ ମୋ ଅଛ ଝୁଲି,
ଶହେ ଜନମକୁ କରିଅଛି ପଣ
ପାଇବି ତୁମକୁ ବୋଲି ॥୧॥

ତୁମ କୋଳେ ମଥା ରଖି ମୁଁ ମରିବି
ଭୁଲିବନି ମତେ ପ୍ରିୟା,
ଆର ଜନମକୁ କରିବି ଅପେକ୍ଷା
ତୁମ ବାଟେ ହୋଇ ଠିଆ ।
ସରଗ ସୁଖ ମୁଁ ପାଇଛି ତୁମଠୁ
ଜହ୍ନ ରାଇଜରେ ବୁଲି,
ଶହେ ଜନମକୁ କରିଅଛି ପଣ
ପାଇବି ତୁମକୁ ବୋଲି ॥୨॥

Post a Comment

Post a Comment (0)

Previous Post Next Post